ପୁରୀ: ଜୁନ୍ ୨୭ ତାରିଖ ଅନ୍ତର୍ଜାତୀୟ ଏମଏସଏମଇ ଦିବସ ଉପଲକ୍ଷେ ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ନୀଳାଚଳ ଅର୍ବାନ ହାଟ ପରିସରରେ ଏମଏସଏମଇ ମେଳା ଉଦଘାଟିତ ହୋଇଯାଇଛି। ଏହି ମେଳା କୁ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ରିବନ କାଟି ଉଦଘାଟନ କରିଥିଲେ। ଜିଲ୍ଲା ଶିଳ୍ପ କେନ୍ଦ୍ର ପୁରୀ ର ସାଧାରଣ ପରିଚାଳକ ମାନସ ରଞ୍ଜନ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳା ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଯୁବ ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ୍ ପ୍ରବନ୍ଧକ ଅନିଲ କୁମାର ଭୋଇ, ନୀଳାଚଳ କାଜୁ କ୍ଲଷ୍ଟର ବ୍ରହ୍ମଗିରି ସମ୍ପାଦକ ରାକେଶ କୁମାର ମହାନ୍ତି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏସଏମଇ ବ୍ରାଞ୍ଚ ର ମୁଖ୍ୟ ପରିଚାଳକ ଶିବବ୍ରତ ଶତପଥୀ, ପ୍ରିମିୟମ ଇଣ୍ଡଷ୍ଟ୍ରିଜ ର ପ୍ରତିଷ୍ଠାତା ବିଭୁ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଭିଜ୍ଞତା ପ୍ରକାଶ କରିଥିଲେ। ପ୍ରକାଶ ଥାଉ କି ଏହି ମେଳା ଜୁନ୍ ୨୭ ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସକାଳ ୧୦ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ ସହ ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୨୦ ରୁ ଉର୍ଦ୍ଧ୍ୱ ଷ୍ଟଲ ଉପସ୍ଥାପିତ କରାଯାଇଛି। ଉକ୍ତ ମେଳାକୁ ଜିଲ୍ଲା ଶିଳ୍ପ କେନ୍ଦ୍ର ପୁରୀ ର ଶିଳ୍ପ ଅଧିକାରୀ ଲଳିତ ରଞ୍ଜନ ପ୍ରଧାନ, ନିର୍ମଳ ମହାରଣା, ଭରତ କୁମାର ସେଠୀ, ସହକାରୀ ଶିଳ୍ପ ଅଧିକାରୀ ରାକେଶ କୁମାର ମହାନ୍ତି, ଲୋପାମୁଦ୍ରା ଗୌଡ, ସାଧନା ଲୋହାର, ଶ୍ରୀୟା ନାୟକ, ହିମାଂଶୁ ଶେଖର ନାୟକ ଏବଂ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ। ଉକ୍ତ ମେଳାରେ ଅନେକ ସଫଳ ଉଦ୍ୟୋଗୀ ନିଜ ନିଜ ଅଭିଜ୍ଞତା ଉଲ୍ଲେଖ କରିବା ସହ ଜିଲ୍ଲା ରେ ଉଦ୍ୟୋଗୀ ସୃଷ୍ଟି ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ସହଯୋଗ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।
