ଚଣ୍ଡିଖୋଲ: ବଡ଼ଚଣା ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ କଢ଼ାଇ ଛକ ନିକଟରେ ଆଜି ସଂନ୍ଧ୍ୟାରେ ଟ୍ରକ ଜଣେ ବାଇକ ଆରୋହୀନକୁ ଧକ୍କାଦେବାରୁ ସେ ଗୁରୁତର ହୋଇଛି । ଆଦ୍ୟାବଧି ବାଇକ ଚାଳକର ପରିଚୟ ମିଳିପାରିନାହିଁ ।ତେବେ କଟକ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବାଇକ କୁ ପଛପଟୁ ଅନ୍ୟ ଏକ ଟ୍ରକ ଧକ୍କାଦେବାରୁ ବାଇକ ଟି ଟ୍ରକ ତଳେ ଚାପୀହୋଇଯାଇଥିଲା ଏବଂ ବାଇକ ଚାଳକ ରାସ୍ତା ଉପରେ ପଡିଯାଇଥିଲା ।କିଛି ସମୟ ପରେ ବଡ଼ଚଣା ପୁଲିସ ଘଟନାସ୍ଥଳରେ ପହଂଚି ବାଇକ ଚାଳକ କୁ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଏବଂ ଅଧିକ ଜଟିଳ ହେବାରୁ ତାକୁ କଟକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।ପୁଲିସ ଉଭୟ ଟ୍ରକ ଓ ବାଇକ କୁ ଜବତ କରିବା ସହିତ ଟ୍ରକ ଚାଳକକୁ ଅଟକ ରଖି ତଦନ୍ତ ଚଳାଇଛି।
