ହିନ୍ଦୋଳ: ହିନ୍ଦୋଳ ବ୍ଳକ୍ ବାଲିମୀ ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଆଜି ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଦୁଇଯାଆ ରଞ୍ଜୁ ଦେହୁରୀ (୪୭) ଓ ମନୀଷା ଦେହୁରୀ (୪୫) ଗାଧୋଇଆସି ଲୁଗା ଶୁଖାଉଥିବାବେଳେ ଝଡ଼ ତୋଫାନରେ ତଳେପଡିଥିବା ବିଦ୍ୟୁତ୍ ତାର ଅଜାଣତରେ ତାଙ୍କ ଦେହରେ ଲାଗିଯାଇଥିଲା। ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ ।

ପରିବାରଲୋକେ ସଙ୍ଗେସଙ୍ଗେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଗୁରୁତର ହେବାରୁ ତାଙ୍କୁ ହିନ୍ଦୋଳ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଡ଼ାକ୍ତର ପ୍ରାଥମିକ ଚିକିତ୍ସାପରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
