ଭଞ୍ଜନଗର: ଭଞ୍ଜନଗର ଥାନା ଡୁମାକୁମ୍ପା ପଞ୍ଚାୟତର ଗୁଡିପଦର ଗାଁ କେନାଲ ନିକଟରେ ପଡ଼ିଥିଲା, ନରକଙ୍କାଳ । ଖବର ପାଇ ଭଞ୍ଜନଗର ଏସ୍?ଡିପିଓ ଡ.ଦୀପକ କୁମାର ମିଶ୍ର, ଥାନା ଅଧିକାରୀ ଜୀବନାନନ୍ଦ ଜେନା ପୋଲିସ ଟିମ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଦ୍ଧାର କରିଥିଲେ, ପଡ଼ିଥିବା ନରକଙ୍କାଳ । ପରୀକ୍ଷା ନିମନ୍ତେ ବ୍ରହ୍ମପୁର ଏଫଏମ୍?ଟିକୁ ପଠାଯାଇଛି ।ଏନେଇ ଥାନା କେସ ନମ୍ବର ୧୫/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି, ଭଞ୍ଜନଗର ଥାନା ପୋଲିସ । ତେବେ ଉଦ୍ଧାର ହୋଇଥିବା ନରକଙ୍କାଳ କୁ ନେଇ କୌଣସି ସ୍ପଷ୍ଟ ହୋଇନଥିବା ବେଳେ, ଏହା ନିକଟସ୍ଥ ଗୁଡିପଦର ଗାଁର ବୟସ୍କ ମହିଳା ସୁନ୍ଦରୀ ନାୟକଙ୍କର ବେଲି ସନ୍ଦେହ କରାଯାଉଛି । ଯେହେତୁ ଗତ ପ୍ରାୟ ଦୁଇମାସ ପୂର୍ବରୁ ଫୁଲ ତୋଳିବାକୁ ଯାଇ ନିଖୋଜ ଥିଲେ, ସୁନ୍ଦରୀ । ଏନେଇ ଅଭିଯୋଗ ହୋଇଥିଲା । ତେବେ ଯଦି ଏହି ନରକଙ୍କାଳ ସୁନ୍ଦରୀଙ୍କର ହୋଇଥାଏ, ତାହେଲେ କେମିତି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ସେନେଇ ଘଟଣାର ସତ୍ୟାସତ୍ୟ ଖୋଜୁଛି ପୋଲିସ । ରିପୋର୍ଟ ଆସିବା ପରେ ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ ହେବ ବୋଲି ଥାନାଧିକାରୀ କହିଛନ୍ତି ।
