ବାଲିଗୁଡା: କନ୍ଧମାଳ ଜିଲ୍ଲାସୀମାନୁ ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଭୂସ୍ଖଳନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି।ଗୁରୁବାର ସନ୍ଧ୍ୟା ସୁଦ୍ଧା ମାଟି ଓ ପଥର ତଳେ ପୋତି ହୋଇ ରହିଥ?ିବା ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଓ ତିନି ଜଣ ନାବାଳକ ରହିଛନ୍ତି। ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ସୂଚନା ମିଳିଛି।ସୂଚନା ଅନୁଯାୟୀ, ଦିନକ ପାଇଁ ସୁଗିତ ରହିଥ?ିବା ଉଦ୍ଧାର କାର୍ଯ୍ୟ ଗୁରୁବାର ପୁନର୍ବାର ଆରମ୍ଭ ହୋଇଥିଲା। ପ୍ରାୟ ୮୦ ଜଣିଆ ଉଦ୍ଧାରକାରୀ ଦଳ ଘଟଣାସୁଳରେ ତଲାସୀ ଅଭିଯାନ ଚଳାଇଥିଲେ। ଦୀର୍ଘ ସମୟର ଖୋଜାଖୋଜି ପରେ ୫ ଜଣଙ୍କ ମୃତଦେହ ମିଳିଥିଲା।

ମୃତକମାନେ ହେଲେ ଭୂମିକା ପ୍ରଧାନ, ଅରୁଣ ପ୍ରଧାନ ଏବଂ ଅନ୍ୟ ତିନି ଜଣ ନାବାଳକ। ଉଦ୍ଧାର କାର୍ଯ୍ୟକୁ ଜି. ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ତଦାରଖ କରିଥିଲେ। ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ଗିଡ଼ିପାବାଲି ଗ୍ରାମରେ ଘଟିଥିବା ଏହି ଭୟାବହ ଭୂସ୍ଖଳନରେ ସମଗ୍ର ଗ୍ରାମ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଗତ ସୋମବାର ସୁଦ୍ଧା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା।ସେମାନେ ହେଲେ ରବି ମଲ୍ଲିକ ଓ ସନମନ ପ୍ରଧାନ। ଏହି ଦୁର୍ଘଟଣା ପରେ ମୋଟ ୧୩ ଜଣ ନିଖୋଜ ଥ?ିବା ଖବର ମିଳିଥିଲା । ଏବେ ସୁଦ୍ଧା ମୋଟ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜଙ୍କ ସନ୍ଧାନରେ ଉଦ୍ଧାର ଅଭିଯାନ ଜାରି ରହିଛି।
