କଳାହାଣ୍ଡି: ସକାଳୁ ଉଠି ପୁଅ ମା କୁ କାମ କରିବା ପାଇଁ ଯାଉଛି କହି ଯାଇଥିଲା କାମକୁ। ହେଲେ ଅପରାହ୍ନ ରେ ମା କୁ ଶୁଣିବାକୁ ମିଳିଲା ଯେ ତମ ପୁଅ ଆଉ ଏ ଦୁନିଆ ରେ ନାହିଁ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କଷ୍ରୁପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଦୁଃଖଦିଅ ଘଟଣା। କଷ୍ରୁପଡ଼ା ପଞ୍ଚାୟତ ସିଂଝରଣ ଗ୍ରାମରେ ବସବାସ କରୁଥିବା ଯୁଧିଷ୍ଠିର ରଣା ଙ୍କ ପୁତ୍ର ସୁଶାନ୍ତ ରଣା ବୟସ ୧୯ ବର୍ଷ ହୋଇ ଥିବାବେଳେ ସକାଳୁ ଏକ ବେସରକାରୀ ଗୋଦାମ ଗୃହ ତିଆରି କରିବା ପାଇଁ କାମ କରିବାକୁ ଯାଇଥିବାବେଳେ ଗୋଦାମ ର ସିଢି ଭାଙ୍ଗିଯାଇଥିଲା। ଫଳରେ ଦୁର୍ଘଟଣା ବିଷୟରେ ଖବର ପାଇଁ କେସିଙ୍ଗା ଅଗ୍ନିଶମ ବିଭାଗ ଅନେକ ପରିଶ୍ରମ କରି ଯୁବକ ଟିକୁ ଉଦ୍ଧାର କରିଥିଲେ। କିନ୍ତୁ ଘଟଣା ସ୍ଥଳରେ ଯୁବକ ଟିର ମୃତ୍ୟୁ ହୋଇସାରିଥିଲା। ସୂଚନା ମୁତାବକ କଷ୍ରୁପଡ଼ା ଗ୍ରାମର ଏକ ବଡ ବ୍ୟବସାୟୀ ପ୍ରଭୁଚରଣ ପାଢି ଙ୍କ ପୁତ୍ର ଶେଷଦେବ ପାଢି ଙ୍କ ଦ୍ୱାରା ଏକ ଗୋଦାମ ଗୃହ ତିଆରି କରାଯାଉଥିଲା। କିନ୍ତୁ ସେହି ଗୋଦାମ ଗୃହ ରେ ତିଆରି ହୋଇଥିବା ସିଢି ଟିରେ କୌଣସି ପିଲର ନକରି ଥିବାରୁ ସିଢି ଟି ସମ୍ପୂର୍ଣ ନିମ୍ନ ମାନର ହୋଇ ରହିଥିଲା। ଫଳରେ ସେହି ସମୟରେ ଯୁବକଟି କୌଣସି କାରଣ ବଶତଃ ସେହି ସିଢି ତଳେ ଥିବା ସମୟରେ ସିଢି ଭାଙ୍ଗି ଯାଇ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ସବ ଟିକୁ ବ୍ୟବଛେଦ ପାଇଁ କେସିଙ୍ଗା ସରକାରି ଚିକିତ୍ସାଳୟକୁ ନିଆଯାଇଛି। ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏପରି ଏକ ଅଘଟଣ ହୋଇଥିବା ଗ୍ରାମବାସୀ କହୁଥିବା ବେଳେ ପୋଲିସ ପକ୍ଷରୁ ଉକ୍ତ ବ୍ୟବସାୟୀ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି।
