ପୁରୀ: ପୁରୀ ଉପଜିଲ୍ଲାପାଳ ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ ହୋଇଯାଇଛି । ଏଥିରେ ସମିତିର ସଦସ୍ୟ ଏବଂ ଆଦିତ୍ୟ ବାହିନୀର ପ୍ରାକ୍ତନ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ପ୍ରସ୍ତୁତି ବୈଠକର ବିବରଣୀ ଆଲୋଚନା କରିଥିଲେ । ଭଗବତ୍?ତ୍ପାଦ ଆଦିଶଙ୍କରାଚାର୍ଯ୍ୟଙ୍କ ୨୫୩୩ତମ ଜୟନ୍ତୀ ଉପଲକ୍ଷେ ବୈଶାଖ ଶୁକ୍ଳ ପଞ୍ଚମୀ ଆସନ୍ତା ତା.୨୧.୦୪.୨୦୨୬ରିଖ ମଙ୍ଗଳବାର ଦିନ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ ପାଳିତ ହେବ । ଉକ୍ତଦିନ ଅପରାହ୍ନ ୩ଘଂଟିକା ସମୟରେ ତାଙ୍କର ଚଳନ୍ତି ପ୍ରତିମାଙ୍କୁ ନଗର ପରିକ୍ରମା ପୂର୍ବକ ଶୋଭାଯାତ୍ରାରେ ଶ୍ରଦ୍ଧା, ଭକ୍ତି, ସୁମନ ଅର୍ପଣ କରିବା ସହିତ ଉକ୍ତ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ କରାଯିବ । ଏହି ଶୋଭାଯାତ୍ରା ଗୋବର୍ଦ୍ଧନ ମଠରୁ ବାହାରି ବାଲିସାହି, ସିଂହଦ୍ୱାର, ଦୋଳମଣ୍ଡପ ସାହି, ମୋଚିସାହି ଛକ, ରାମଚଣ୍ଡି ସାହି, ମରଚିକୋଟ ଗଳି, ବଡଦାଣ୍ଡ, ରାଜା ନଅର, ଦୋଳବେଦୀ, ଲକ୍ଷ୍ମୀମାର୍କେଟ, ମଣିକର୍ଣିକା ସାହି, ହରଚଣ୍ଡି ସାହି, ଗୌଡବାଡ ସାହି, କାମାକ୍ଷ ମନ୍ଦିର, ମଠ ପାଚେରୀକଡଦେଇ ଶୋଭାଯାତ୍ରା ଗୋବର୍ଦ୍ଧନ ମଠକୁ ପତ୍ୟାବର୍ତ୍ତନ କରିବ । ଉକ୍ତ ଶୋଭାଯାତ୍ରାରେ ଏକ ହଜାରରୁ ଅଧ?ିକ ଭକ୍ତ ଓ ସାଂସ୍କୃତିକ ଦଳ ସାମିଲ୍ ହେବେ । ନଗର ବୀଜେ ସମୟରେ ହାରାହାରି ୧୨୦ଟି ସ୍ଥାନରେ ଚଉଦୋଳରେ ବିଜେ ଆଦିଶଙ୍କରଙ୍କ ଚଳନ୍ତିପ୍ରତିମା ସ୍ଥାନେ ସ୍ଥାନେ ରହି ଭକ୍ତଙ୍କ ଘରେ ପନ୍ତି ଭୋଗ ଲାଗିବ । ଉକ୍ତ ଉତ୍ସବ ଶୃଙ୍ଖଳିତ ଭାବେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବଳ ଓ ଟ୍ରାଫିକ ନିୟନ୍ତ୍ରିତ ପାଇଁ ଉପଯୁକ୍ତ ସୂଚନା ପରିଚାଳନା କରିବା ପାଇଁ ଆରକ୍ଷୀ ବିଭାଗକୁ ଅନୁରୋଧ କରାଯାଇଛି । ପୁରୀ ମହାନଗର ନିଗମକୁ ଆବର୍ଜନାମୁକ୍ତ ସ୍ୱଚ୍ଛ ପରିକ୍ରମା ମାର୍ଗ, ରାସ୍ତା ଅବରୋଧ ହଟାଇବା, ମଣିକର୍ଣିକା ସାହିଠାରୁ ସାତାସନ ରୋଡ ପର୍ଯ୍ୟନ୍ତ ଆଲୋକି କରଣ ବ୍ୟବସ୍ଥାକୁ ସହଯୋଗ କରିବା ପାଇଁ ଅନୁରୋଧ କରାଗଲା ।ଶୋଭାଯାତ୍ର ସମୟରେ ଯଦି କୌଣସି ସାହିବାସିନ୍ଦାଙ୍କ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୁଏ, କିମ୍ବା ଅଘଟଣ ଘଟେ ତାହାର ତୁରନ୍ତ ସମାଧାନ ପାଇଁ ଟି.ପି.ସି.ଓ.ଡି.ଏଲ. ଟିମ୍ର ସହଯୋଗ କରିବାପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଗଲା ।ସମରକଳା ଆଦି ପ୍ରଦର୍ଶନ ସମୟରେ କିମ୍ବା ଆକସ୍ମିକ ଦୁର୍ଘଟଣାର ସମ୍ମୁଖୀନ ହୁଏ ସମାଧାନ ପାଇଁ ଆମ୍ବୁଲାନ୍ସ ଓ ଆଶୁ ଚିକିତ୍ସା ସୁବିଧା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧୂକାରୀଙ୍କୁ ଅନୁରୋଧ କରାଗଲା ।ପିଇବା ପାଣି ନିମନ୍ତେ ଗୋଟେ ଟ୍ୟାଙ୍କର ବ୍ୟବସ୍ଥା କରିବା ପାଇଁ ୱାଟ୍କୋ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ଶ୍ରୀମନ୍ଦିର ପରିକ୍ରମା ବାହାର ରାସ୍ତାରେ ଶୋଭାଯାତ୍ରା ଯିବାପାଇଁ ସହମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଗଲା ।ପାରମ୍ପରିକ ସାଂସ୍କୃତିକ ଲୋକକଳା ପରିବେଷଣ ଆଦିରେ ସହଯୋଗ କରିବାକୁ ଜିଲ୍ଲା ସଂସ୍କୃତି ଅଧୂକାରୀଙ୍କୁ ଅନୁରୋଧ କରାଗଲା ।ପ୍ରଚାର ପ୍ରସାର ଓ ସମନ୍ୱୟ ରକ୍ଷା ପାଇଁ ସୂଚନା ଓ ଲୋକସମ୍ପକ ବିଭାଗକୁ ଅନୁରୋଧ କରା ଯାଇଅଛି ବୋଲି ଗୋବର୍ଦ୍ଧନ ପୀଠ, ପୁରୀର ସୂଚନା ଓ ଲୋକସମ୍ପର୍କ ସଚିବ ଦେବାଶିଷ ମିଶ୍ର ପ୍ରକାଶ କରିଛନ୍ତି ।ଉକ୍ତ ବୈଠକରେ ଜିଲ୍ଲା ପର୍ଯ୍ୟଟନ ଅଧକାରିଣୀ ଦେବସ୍ମିତା ମହାନ୍ତି, ପୁର୍ତ ବିଭାଗ ସହକାରୀ ଯନ୍ତ୍ରୀ ବିଶ୍ୱଜିତ୍ ମହାନ୍ତି, ଅଗ୍ନିଶମ ଅଧିକାରୀ ଜିଜ୍ଞାସୁ ବେହେରା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ରାଜ୍ୟ ଶଙ୍କର ଜୟନ୍ତୀ ସମାରୋହ ସମିତି, ଗୋବର୍ଦ୍ଧନ ମଠ ପୁରୀର ସଭାପତି ଗଣେଶ୍ୱର ମହାସୁଆର , ଆଦିତ୍ୟ ବାହିନୀ ର ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ମହେଶ ବ୍ରହ୍ମଚାରୀ , ସୁଧାଂଶୁ ମହାନ୍ତି, ସମ୍ପାଦକ ଡକ୍ଟର ପ୍ରକାଶ କୁମାର ଶତପଥୀ , ସମିତିର ସଂଯୋଜକ ବିଶ୍ୱଶାନ୍ତି ତ୍ରିପାଠୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ ।
