ପୁରୀ: ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପୁରୀ ଜିଲ୍ଲା ସ୍ୱେଚ୍ଛାସେବୀ ସଙ୍ଗଠନ ସାମୁଖ୍ୟ ଦ ବେଲ୍ ର ୫ମ ପ୍ରତିଷ୍ଠା ଦିବସ ପାଳିତ ହେଇଯାଇଛି ।ଏହି ଅବସରରେ ଅନୁଷ୍ଠାନ ତରଫରୁ ଏକ ସୁରକ୍ଷିତ ପରିବେଶ ପାଇଁ ଆମେ ସମସ୍ତେ ଶୀର୍ଷକ ଏକ ସଚେତନତା ମୂଳକ ଇ ପୋଷ୍ଟର୍ ର ଉନ୍ମୋଚିତ ହୋଇଥିଲା । ଭାରତ ଯୋଗକେନ୍ଦ୍ର ପରିସରରେ ଥିବା ଏକଲବ୍ୟ ପାଠଶାଳା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଫଳ,କେକ ,ପଣା ଓ ମହାପ୍ରସାଦ ବଣ୍ଟନ କରାଯାଇଥିଲା ।

ଅନୁଷ୍ଠାନ ଅଧକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ , ଦ ବେଲ୍ ଓମେନସ୍ କ୍ଲବ ,ୟୁଥ୍ କ୍ଲବ , ସିନିୟାର ସିଟିଜେନ୍ସ କ୍ଲବ ସଦସ୍ୟ ସଦସ୍ୟା ସହିତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଯୋଗ ଦେଇ ଥିଲେ।କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ରାଜ କିଶୋର ପାତ୍ର ଓ ସୁକାନ୍ତ କୁମାର ପଣ୍ଡା ପରିଚାଳନା କରିଥିଲା ବେଳେ ,ଏକଲବ୍ୟ ଅନୁଷ୍ଠାନ ମୁଖ୍ୟ ପରିଚାଳକ ଉମେଶ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ।
