ରଘୁନାଥପୁର: ରଘୁନାଥପୁର ତହସିଲ୍ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର କବି ସୂର୍ଯ୍ୟ ସ୍ୱାଇଁ, ଅଭୟ କୁମାର ସ୍ୱାଇଁ ଙ୍କ ଛଣ ଛପର ଘରେ କୌଣସି ମତେ ଆଜି ଦିନ ୨ ଟା ରେ ନିଆଁ ଲାଗି ୩ ବଖରା ଘର ଜଳି ପାଉଁଶ ହୋଇ ଯାଇଛି ଖବର ପାଇ ରଘୁନାଥପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ସମୟ ଲକ୍ଷଗି ନିଆଁ କୁ ଲିଭାଇ ଥିଲେ। ପ୍ରକାଶ ଥାଉକି, ଘଟଣାସ୍ଥଳକୁ ଯିବା ପାଇଁ ସଂକିର୍ଣ୍ଣ ରାସ୍ତା ହୋଇଥିବାରୁ ଅଗ୍ନିଶମ ବାହିନୀର ବଡ ଭ୍ଯାନ ଟି ଘଟଣା ସ୍ଥଳ କୁ ଯାଇ ନ ପାରିବାରୁ ଲମ୍ବା ପାଇପ ସହାୟତାରେ ନିଆଁ କୁ ଲିଭା ଯାଇଥିଲା। ସ୍ଥାନୀୟ ଗ୍ରାମ ବାସୀ ମାନେ ନିଆଁ ଲିଭାଇ ବାରେ ସହଯୋଗ କରିଥିଲେ ମଧ୍ୟ ନିଆଁ ଲିଭା ପର୍ଯ୍ୟନ୍ତ ଘରେ ଥିବା ସମସ୍ତ ଆସବାବ ପତ୍ର ସହିତ ୩ ବଖରା ଘର ଜଳି ପାଉଁଶ ହୋଇ ଯାଇଛି ।
