ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ହଲ ଅଫ୍ ଫେମରେ ସାମିଲ ହୋଇଛନ୍ତି ସୁରେଶ ରାଇନା ଓ ମାଥ୍ୟୁ ହେଡେନ । ଚିପକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା ଘୋଷଣା କରାଯାଇଥିଲା । ଚେନ୍ନାଇର ଚେପକ ଷ୍ଟାଡିୟମରେ ରବିବାର ସନ୍ଧ୍ୟା ଭାବପ୍ରବଣତାରେ ପରିପୂର୍ଣ୍ଣ ଥିଲା । “ସିଏସ୍କେ ରୋର କାର୍ଯ୍ୟକ୍ରମରେ, ଫ୍ରାଞ୍ଚାଇଜ୍ ଏହାର ହଲ୍ ଅଫ୍ ଫେମ୍ ଉଦଘାଟନ କରିଥିଲା । ସୁରେଶ ରାଇନା ଏବଂ ମାଥ୍ୟୁ ହେଡେନଙ୍କୁ ଏହାର ପ୍ରଥମ ସଦସ୍ୟ ଭାବରେ ମନୋନୀତ କରିଥିଲା । “ଚିନ୍ନା ଥାଲା”ଙ୍କ ବିଶ୍ୱସ୍ତତା ଏବଂ ହେଡେନ୍ ଙ୍କ “ମଙ୍ଗୁଜ୍” ବ୍ୟାଟର ଯାଦୁ ଏବେ ଚେନ୍ନାଇର ଇତିହାସରେ ଅମର ହୋଇ ରହିଛି । ଚେନ୍ନାଇ ସୁପର କିଙ୍ଗ୍ସ କେବଳ ଏକ ଦଳ ନୁହେଁ, ବରଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଏକ ଅବେଗ । ଆଇପିଏଲ ସିଜିନ ୧୯ଆରମ୍ଭ ହେବା ପୂର୍ବରୁ, ଚେନ୍ନାଇର ଐତିହାସିକ ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଏକ ଦୃଶ୍ୟ ପ୍ରଶଂସକଙ୍କ ଆଖି ଭିଜାଇ ଦେଇଥିଲା । ସିଜନ ପୂର୍ବରୁ ଇଭେଣ୍ଟ “ସିଏସକେ ରୋର” ସମୟରେ, ଫ୍ରାଞ୍ଚାଇଜ୍ ଆନୁଷ୍ଠାନିକ ଭାବରେ ଏହାର ହଲ୍ ଅଫ୍ ଫେମ୍ ଉନ୍ମୋଚନ କରିଥିଲା । ଏହି ପ୍ରତିଷ୍ଠିତ କ୍ଲବରେ ଯୋଗ ଦେଇଥିବା ପ୍ରଥମ ଦୁଇ କିମ୍ବଦନ୍ତୀ ଥିଲେ ଭାରତର “ଚିନ୍ନା ଥାଲା” ସୁରେଶ ରାଇନା ଏବଂ ଅଷ୍ଟ୍ରେଲିଆର ଆକ୍ରମଣାତ୍ମକ ଓପନର ମାଥ୍ୟୁ ହେଡେନ୍ । ରାଇନା ସିଏସ୍କେ ସହ ୨୦୦୮ରୁ ୨୦୨୧ ପର୍ଯ୍ୟନ୍ତ ରହିଥିଲେ ଏବଂ ଦଳ ପକ୍ଷରୁ ଖେଳି ୫୫୨୯ ରନ କରିଥିଲେ । ଦଳ ସହ ସେ ୪ ଥର ଟ୍ରଫି ଜିତିଥିଲେ । ସେହିପରି ମାଥ୍ୟୁ ହେଡେନ ପ୍ରଥମ ୩ଟି ସଂସ୍କରଣରେ ଦଳ ସହ ଥିଲେ । ୨୦୧୦ରେ ଦଳ ପ୍ରଥମ ଥର ଟ୍ରଫି ହାସଲ କରିଥିଲେ । ହେଡେନ ଚାମ୍ପିଅନ ଦଳର ସଦସ୍ୟ ଥିଲେ ।
