ନୀଳଗିର: ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରେ ବାସନ୍ତୀ କ୍ଲବ ପକ୍ଷରୁ ଦୁଇ ଦିବସୀୟ ଆନ୍ତଃ ରାଜ୍ୟ କୌଶିକ ଟୁର୍ଣ୍ଣାମେଣ୍ଟ ଉଦ୍?ଯାପିତ ହୋଇଯାଇଛି।ଏହି ପ୍ରତିଯୋଗିତାକୁ ନୀଳଗିରିର ଏସ୍ ଡି ପି ଓ ପ୍ରମୋଦ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍?ଘାଟନ କରିଥିଲେ। ଏହି କ୍ରୀଡ଼ାରେ ରାଜ୍ୟ ତଥା ରାଜ୍ୟ ବାହାରର ୬୪ ଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ରାଜ୍ୟ ତଥା ଜିଲ୍ଲାର ବରିଷ୍ଠ କ୍ରୀଡାବିତ୍ ମାନଙ୍କୁ ଉତ୍ତରୀୟ ,ପୁଷ୍ପଗୁଚ୍ଛ ସହ ମାନପତ୍ର ଦିଆ ଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା। ଦ୍ୱିତୀୟ ଦିବସରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନୀଳଗିରି ଏନ୍ ଏ ସିର ପ୍ରଥମ ନଗରପାଳ ସ୍ୱର୍ଗତ ଖିତିଶ୍ ଚନ୍ଦ୍ର ରାୟ ଙ୍କ ଧର୍ମପତ୍ନୀ କଳ୍ପନା ରାୟ ଯୋଗ ଦେଇଥିବା ବେଳେ ସମ୍ମାନିତଅତିଥି ଭାବେ କିର୍ତିକ ରାୟ,କୁମାର ରାୟ ,ପରମେଶ୍ୱର ପଣ୍ଡା , ଅଜୟ ରାଉଳ , ତପନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ପ୍ରତିଯୋଗିତାରେ ବିବେକ ପ୍ରଧାନ, ରସାନନ୍ଦ ବାରିକ୍ ଏବଂ ତାଙ୍କର ସହଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରି ଚମ୍ପିୟାନ ହେବା ସହିତ ମାନପତ୍ର ସହ ୨୫ ହଜାର ଟଙ୍କାର ଅର୍ଥରାଶି ପାଇଥିବା ବେଳେ ଉପବିଜେତା ଦଳ ଭାବେ ଚନ୍ଦନ କୁମାର ମହାପାତ୍ର , ସମୀର ରଞ୍ଜନ ଦାସ ଏବଂ ତାଙ୍କର ସହଯୋଗୀମାନେ ମାନପତ୍ର ସହ ୨୦ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳଙ୍କୁ ୪ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆ ଯାଇଥିବା ବେଳେ ପଞ୍ଚମରୁ ୧୬ ତମ ସ୍ଥାନରେ ଥିବା ଦଳକୁ ଏକ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାସନ୍ତୀ କ୍ଳବ୍ ର ସୁଶାନ୍ତ କୁମାର ମହାପାତ୍ର, ବିରଜା ବେହେରା , ସୁଧା ରଞ୍ଜନ ବେହେରା , ଗୟାଧର ବେହେରା , ପରମେଶ୍ୱର ପଣ୍ଡା , ଭବାନୀ ପଣ୍ଡା , ଜଗବନ୍ଧୁ ବେହେରା , ସଞ୍ଜୀବ କୁମାର ବେହେରା , ବିବେକ ସାହୁ , ସୁରଜ୍ କୁମାର ନନ୍ଦ , ଦୟା ଶଙ୍କର ମହାପାତ୍ର , ରସାନନ୍ଦ ବାରିକ୍ , ସୌମ୍ୟ ରଂଜନ ଭଞ୍ଜଦେଓ, ପ୍ରମୋଦ କୁମାର ପରିଡ଼ା ଓ ମାନସ ଜେନା ପ୍ରମୁଖ ପରିଚାଳନା କରିଥିଲେ
