ତେହେରାନ: ଆମେରିକା-ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଶନିବାର ଦିନ ଦକ୍ଷିଣ ଇରାନରେ ଥିବା ଏକ ବାଳିକା ବିଦ୍ୟାଳୟ ୪୦ ଜଣ ଛାତ୍ରୀଙ୍କ ପ୍ରାଣହାନି ଘଟିଛି। ଆମେରିକା ଏବଂ ଇସ୍ରାଏଲ ଦ୍ୱାରା କରାଯାଇଥିବା ବ୍ୟାପକ ଆକ୍ରମଣ ସମୟରେ ମିନାବ ସହରରେ ଏହି ଆକ୍ରମଣ ଘଟିଥିବା ଜଣାପଡ଼ିଛି। ସାମରିକ ଅଭିଯାନ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ମୃତ୍ୟୁ ଘଟଣା ବୋଲି ଇରାନ ନିଶ୍ଚିତ କରିଛି। ଇରାନୀ ଗଣମାଧ୍ୟମ କହିଛି ଯେ ସ୍କୁଲ ଉପରେ ବୋମା ମାଡ଼ ହୋଇଥିଲା। ଯାହା ଫଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ସହ ଜଡିତ କାର୍ଯ୍ୟାଳୟ ନିକଟରେ କିଛି ପ୍ରାରମ୍ଭିକ ଆକ୍ରମଣ କରାଯାଇଥିଲା। ରାଜଧାନୀ ତେହେରାନର କିଛି ଅଂଶରୁ ଧୂଆଁ ଉଠିବା ଦେଖାଯାଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଯୁଦ୍ଧ ଅଭିଯାନ ଚାଲିଥିବା କହିଛନ୍ତି।
