ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ର ଚାଣକ୍ୟପୁରୀ ଇଲାକା ର କୋଟିଲ୍ୟା ମାର୍ଗ ଠାରେ ପୂର୍ବରୁ ରହି ଥିବା ଓଡିଶା ଭବନ ବହୁ ପୁରାତନ ହୋଇଯିବା, ପୂର୍ବରୁ ଏଥିରେ ଅତ୍ୟାଧୁନିକ ସୁବିଧା ନଥିବା ସହ ଏହା ବ୍ୟବହାର ଉପଯୋଗ ନ ହେବା ଏବଂ ବିପଦ ସଂକୁଳ ଅବସ୍ଥା ରେ ରହିଥିବା ଯୋଗୁ ଗତ କିଛି ମାସ ତଳେ ଏହାକୁ ଭଙ୍ଗା ଯାଇଥିଲା । ଉକ୍ତ ସ୍ଥାନରେ ଏକ ନୂତନ ଅତ୍ୟାଧୁନିକ ଓଡିଶା ଭବନ ନିର୍ମାଣ ହେବାକୁ ଯାଉଥିବା ଦୃଷ୍ଟି ରୁ ଗୁରୁବାର ଏହାର ଶିଳାନ୍ୟାସ (ପୂଜା )ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କରକମଳ ର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ରେ ଆୟୋଜିତ ଏହି ଶିଳାନ୍ୟାସ ଉତ୍ସବ ରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ମାନ୍ୟବର , ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରହିତ ପ୍ରମୁଖ ଏଥିରେ ଯୋଗ ଦେଇ ଥିଲେ । ଶିଳାନ୍ୟାସ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣ ମାଧ୍ୟମ ଓ ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ ଅତ୍ୟାଧୁନିକ ବୈଷସିକ ଜ୍ଞାନ କୌଶଳ ଉପଯୋଗ କରାଯାଇ ଅତି ଶୀଘ୍ର ଛଅ ମହଲା ବିଶିଷ୍ଟ ଏହି ଓଡିଶା ଭବନ ନିର୍ମାଣ ହେବ। ଯେଉଁଥିରେ ଓଡିଶା ର କଳା, ସଂସ୍କୃତି, ଭାସ୍କର୍ଯ୍ୟ,ଐତିହ୍ୟ ସହ ପାରମ୍ପରିକ ପ୍ରସ୍ତର କାର୍ଯ୍ୟ ଓ ସମ୍ୱଲପୁର ର କାରୁକାର୍ଯ୍ୟ ର ଝଲକ ରହିବ ଯାହା ସମସ୍ତ ଙ୍କ ଆକାର୍ଷଣୀୟ କେନ୍ଦ୍ର ବିନ୍ଦୁ ହେବ । କୋଠା ର ସର୍ବ ନିମ୍ନ ମାଟି ତଳେ ତିନି ଗୋଟିମହଲା(ବେଶମେଣ୍ଟ ରହିବ. ପ୍ରଥମ ମହଲ ରେ ଏକ ପ୍ରଦର୍ଶନୀ ହଲ ରହିବକ୍ଷ ବ୍ୟବସ୍ଥା କରା ଯିବା ସହ ଦ୍ୱିତୀୟ ମହଲକ୍ଷ ରେ ସତୁରି ଜଣ ବସିବା ଭଳି ଏକ ଆଲୋଚନା ପ୍ରକୋଷ୍ଠ (ବୈଠକ ଗୃହ) ରହିବ। ଏଥିନେଇ ତେୟାନବେ କୋଟି ସତେଇଶି ଲକ୍ଷ (୯୩କୋଟି ୨୭.ଲକ୍ଷ) ଟଙ୍କା ବ୍ୟୟ ବରାଦ ବଜେଟ ରେ କରାଯାଇଛି। ଏବଂ ୪୫ (ପଇନଚାଳସି ) ଟି ବିଭିନ୍ନ ବର୍ଗର କୋଠରୀ ରହିବ.ବର୍ତ୍ତମାନ ଦିଲ୍ଲୀ ରେ ଓଡିଶା ଭବନ ଓଡିଶା ନିବାସ ଓ ଓଡିଶା ସଦନ ରହିଥିବା ବେଳେ ମୁମ୍ବାଇ, ରେ ଓଡିଶା ଭବନ,ଓ କଲିକତା ରେ ଉତ୍କଳ ଭବନ ରହିଛି। ଏହି ସବୁ ଭବନ, ସଦନ ର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ୨୦୨୫-୨୦୨୬ ଆର୍ôଥକ ବଜେଟ ରେ ୪୫(ପଞ୍ଚକ୍ଷଳସୀ) କୋଟି ଟଙ୍କା ର ବ୍ୟୟ ବରାଦ ରଖା ଯାଇଛି। ରାଜ୍ୟ ରୁ ମୁମ୍ବାଇକୁ କର୍କଟ ରୋଗ ଚିକିତ୍ସା ପାଇଁ ଓଡିଶା ର ଅନେକ ଲୋକ ଯାଉଥିବା ରୁ ସେଠାରେ ଆଉ ଏକ ଭବନ ନିର୍ମାଣ କରିବା ସକାଶେ ଜମି ପାଇଁ ସେଠିକାର ସରକାର ଙ୍କୁ ଆବେଦନ କରାଯାଇଛି। ସେହିଭଳି ରାମ ଜନ୍ମଭୂମି ଅଯୋଧ୍ୟା,କୁ ରାଜ୍ୟ ରୁ ଦୈନିକ ବହୁ ଭକ୍ତ ଯାଉଛନ୍ତି ତେଣୁ ଅଯୋଧ୍ୟା ଓ ବାଙ୍ଗାଲୋର ରେ ମଧ୍ୟ ନୂତନ ଭବନ ନିର୍ମାଣ ନେଇ ଜମି ପାଇଁ ଅନୁରୋଧ କରଯାଇଛି। ଜମି ଉପଲବ୍ଧ ହେଲା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ। ଏତତ ବ୍ୟତୀତ ଦେଶ ର ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଗୋଟିଏ ଭବନ ନିର୍ମାଣ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନୁରୂପ ଭାବେ ସୁରଟ ରେ ଏକ ଭବନ ନିର୍ମାଣ ସକାଶେ ଜମି ପାଇଁ ଆବେଦନ କରାଯାଇଛି। ଏ ସବୁ ଭବନ ନିର୍ମାଣ ହେଲେ ରାଜ୍ୟର ଜନସାଧାରଣ ବେଶ ଉପକୃତ ହୋଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପୁଣି ସେ କହିଥିଲେ ଏ ସମସ୍ତ ଭବନ ନିର୍ମାଣ ହେବା ପରେ ଏହାର ଆବଶ୍ୟକୀୟ ଭିତ୍ତିଭୂମି କୁ ଗୁରୁତ୍ୱ ଦେବା ସହ ଏ ସବୁର ରକ୍ଷଣାବେକ୍ଷଣ କୁ ଆଖି ଆଗରେ ରଖି ସ୍ୱତନ୍ତ୍ର ଭାବେ ଦିଲ୍ଲୀ ରେ ଏକ ଡିଭିଜନ କାର୍ଯ୍ୟାଳୟ ଖୋଲାଯିବ। ସେହିଭଳି ରାଜ୍ୟ ରେ ତିରିଶି ଜିଲ୍ଲାର ଜନସାଧାରଣ ବିଭିନ୍ନ ସରକାରୀ କାର୍ଯ୍ୟ,ବ୍ୟବସାୟ କାର୍ଯ୍ୟ,ଧର୍ମ କାର୍ଯ୍ୟ, ରୋଗୀ ଙ୍କ ଚିକିତ୍ସା ପାଇଁ ଏବଂ କିଏ କିଏ ପର୍ଯ୍ୟଟନ ଭ୍ରମଣ ପାଇଁ ରାତି ପାହିଲେ ରାଜଧାନୀ ଭୁବନେଶ୍ୱର କୁ ଆସିଥାନ୍ତି। ସାଧାରଣ ଜନତା ଅତି ସ୍ୱଳ୍ପ ମୂଲ୍ୟ ରେ ରହିବା, ଖାଇବା ପାଇଁ ହୋଟେଲ ଟିଏ ପାଇ ନଥାନ୍ତି। ଯଦ୍ୱାରା ସେମାନେ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି. ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ପାଞ୍ଚ ଏକର ରୁ ଅଧିକ ଜମି ରେ ଏକ ଜନ ଆଶ୍ରୟ ଭବନ ନିର୍ମାଣ କରିବାକୁ ଯାଉଛନ୍ତି। ଯାହାଦ୍ୱାରା ସ୍ୱଳ୍ପ ପଇସା ରେ ସାଧାରଣ ଜନତା ଅନ୍ତତଃ ତିନି ଦିନ ସେଠାରେ ରହିପାରିବେ। ଏହି ଜନ ଆଶ୍ରୟ ଭବନ ନିକଟରେ ବସ ଷ୍ଟପ ରହିବ। ସହ ଏକ ଭୋଜନକ୍ଷଳୟ ମଧ୍ୟ୍ୟ ରହିବ। ଜନ ସାଧାରଣ ପାଇଁ ସମସ୍ତ ସୁବିଧା ସେଠାରେ ଉପଲବ୍ଧ ହୋଇପାରିବ।
