ପୁରୀ: ପୁରୀ ର ତାଳବଣିଆ ସ୍ଥିତ ୧୦ ଦ୍ଭକ୍ଟ ମଷବଜ୍ଞଭରକ୍ସ ପାଖରେ ହେଇଥିବା ପାଚେରୀ ରେ ଏକ ଦମ ନିମ୍ନ ମାନର କାମ ହେଇଛି ବୋଲି ସୂଚନା ପାଇଁ ଆପ ଜିଲ୍ଲା ସଭାପତି ସଂଜୀବ ମହାନ୍ତି, ସମ୍ପାଦକ ସତ୍ୟଜିତ ମହାନ୍ତି, ଆପ ନେତା ଲିପୁନ ନାୟକ ଓ ଆପ ଯୁବ ନେତା କୁଶା ସେଠି ପରିଦର୍ଶନ କରିଥିଲୁ. ସେଠି କାମ ଏକଦମ ଖରାପ ମାନର ବୋଲି ଜାଣିବାକୁ ପାଇଲୁ. ସିମେଣ୍ଟ ଇଟା ର ପାଚେରୀ କାହିଁକି କରାଗଲା ପଥର ପାଚେରୀ ବଦଳରେ ତାହା ଜାଣିପାରିନୁ. ସେଠି ପଡ଼ିଥିବା ପଥର ଚାଲାଣ ମଧ୍ୟ ହେବ ବୋଲି ସୂଚନା ପାଉଛୁ.

ପାଚେରୀ ଏମିତି ହେଇଛି ଯେ ହାତ ଭିତରକୁ ପସିଯାଉଛି. ଏହି ପାଚେରୀ ଫରେଷ୍ଟର କରୁଛନ୍ତି ବୋଲି ସୂଚନା ପାଉଛୁ. ବିଭାଗୀୟ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଙ୍କ ସମୟରେ ଥାର ଗାଡି ଦୁର୍ନୀତି ପରେ ଏବେ ପାଚେରୀ ଦୁର୍ନୀତି ବାହାରିଲାଣି. ଆମେ ଦାବୀ କରୁଛୁ ଯେ ଏହାର ତଦନ୍ତ କରାଯାଉ, କାମ କିଏ ଦେଇଛି କୋଉ କଣ୍ଟ୍ରାକ୍ଟର କାମ ନେଇଛି, ଏହି କାମ କୁ ତଦାରଖ ପାଇଁ ବିଭାଗୀୟ ଅଧିକାରୀ କେବେ କେବେ ଆସିଥିଲେ, ସେ କଣ୍ଟ୍ରାକ୍ଟର କୁ ଅଗ୍ରିମ ରୂପେ କେତେ ଟଙ୍କା ଦିଆଯାଇଛି ତାହା ସାର୍ବଜନୀନ ହେବା ଆବଶ୍ୟକ. ଯଦି ଏ ପାଚେରୀ ସୁରକ୍ଷିତ ନୁହଁ ତେବେ ଆମ ହରିଣ ସୁରକ୍ଷିତ କେମିତି ରହିବେ.
