ପୁରୀ: ପୁରୀ ମହାନଗର ନିଗମ ଘୋଷଣା ହେବା ପରେ ରାସ୍ତାଘାଟ ଓସାରିକରଣ କାର୍ଯ୍ୟ ପାଇଁ ଉଦ୍ୟମ ଜାରି ରହିଛି । ଆଗକୁ ରଥଯାତ୍ରା ଆସୁଥିବାରୁ ପୁରୀକୁ ପ୍ରାୟ ୫୦ ଲକ୍ଷ ରଥଯାତ୍ରୀ ଆସିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ନୂଆ କମିଶନର ଅରଗୁଳ ସ୍ନେହା ଏବେ ଭଙ୍ଗାଭଙ୍ଗି ଆକ୍ସନ ମୁଡରେ ରହିଛନ୍ତି । ଡ୍ରେନ ସ୍ଲାପ ଉପରେ ଓ ନିଗମ ଅଧିନସ୍ଥ ସମସ୍ତ ରାସ୍ତା ଉପରେ କୌଣସି ଉଠା ଦୋକାନି, ପସରା ଓ ଛତା ଖଟ ପକାଇ ପାଇରିବେ ନାହିଁ ବୋଲି କମିଶନର ଆଦେଶ କରିଛନ୍ତି ।

ବାଟଗାଁ ଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ କିଛି ମାସ ପୂର୍ବେ ରାସ୍ତା ଓସାରିକରଣ ପାଇଁ ଦୁଇ ପାର୍ଶ୍ୱରୁ ଘର ଉଛେଦ କରାଯାଇ ରାସ୍ତା କାମ କରାଯାଇଥିଲା । ଉଛେଦ ପରେ ମଧ୍ଯ କିଛି ବ୍ଯକ୍ତି ରାସ୍ତା ଆଗକୁ ନିର୍ମାଣ କାର୍ଯ୍ଯ କରିଥିବାରୁ ମଙ୍ଗଳବାର ପୂର୍ବାହ୍ନରେ କମିଶନର, ପୋଲିସ ଫୋର୍ସ ରହି ଉଛେଦ କରାଯାଇଛି । ସେଠାରେ ଜେସିବି ଦ୍ୱାରା ଉଛେଦ କାର୍ଯ୍ଯ ଜାରି ରହିଥିଲା । ଉଛେଦ କାର୍ଯ୍ଯ ପାଇଁ ଅଠରନଳା ଓ ହରେକୃଷ୍ଣପୁର ଛକ ଠାରେ ରାସ୍ତା ବନ୍ଦ କରାଯାଇ ଉଛେଦ କାର୍ଯ୍ଯ କରାଯାଇଥିଲା ।
