ବାରିପଦା: ରାଇରଙ୍ଗପୁରଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୨୦ ନମ୍ବର ମହୁଲଡିହା ନିକଟସ୍ଥ ଶହୀଦ ୍ୱୀର୍ସା ମୁଣ୍ଡା ପାର୍କ ଛକରେ ଏକ ବାଇକ୍ କୁ ଧକ୍କା ଦେଇ ଅଜଣା ଗାଡ଼ି ଚମ୍ପଟ ମାରିଛି ।ଘଟଣାଟି ସଂନ୍ଧ୍ଯା ବେଳେ ଘଟିଛି ।ରକ୍ତ ଜୁଡୁବୁଡୁ ଅ୍ୱସ୍ଥାରେ ଦୁଇ ଗୁରୁତରଙ୍କୁ ରାଇରଙ୍ଗପୁର ଅଗ୍ନିଶମ ବିଭାଗ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତି କରିଥିଲା । ଦୁଇ ଗୁରୁତର ବାଇକ ଆରୋହୀ ହେଲେ ପୁରୁଣା ପାଣି ପଞ୍ଚାୟତର ୍ୱଡଶିମିଳା ଗ୍ରାମର ରାମଚନ୍ଦ୍ର ହେମ୍ବ୍ରମ ଏବଂ ରମାକାନ୍ତ ଟୁଡୁ । ରାମଚନ୍ଦ୍ର ହେମ୍ବ୍ରମ ଅତି ଗୁରୁତର ହୋଇ ଥିବାରୁ ତାଙ୍କଠାରେ ଅକ୍ସିଜେନ ଚାଲିଛି ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବାର ପ୍ରକାଶ ।
