ପୁରୀ: ପୁରୀ ସହରେ ଏବେ ପାଣି ପାଇପ ମିଟର ଚୋର ମାତିଛନ୍ତି । ରାତି ୧ ଟାରୁ ୩ଟା ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଚୋର ସାହି ସାହି ବୁଲୁଛନ୍ତି । ପାଣି ମିଟର ଭିତରେ ଏକ ଧାତବ ଅଂଶ ବିକ୍ରି କଲେ ଅଧିକ ଟଙ୍କା ମିଳିବା ଆଶାରେ ଏକ ରାକେଟ କାମ କରୁଥିବା ସନ୍ଦେହ ଉପୁଜିଛି । ଲୁହା ଜିଆଇ ପାଇପ ବଦଳରେ ପ୍ଲାଷ୍ଟିକ ପାଇପ ଲାଗୁଥିବାରୁ ଚୋର ମାନେ ଆରିପାତିଆ ରେ କାଟି ନେଉଥିବା ସିସିଟିଭି ରେ ଦୃଶ୍ୟମାନ ହେଉଛି ।

ପୋଲିସ ଏବେ ସିସିଟିଭି ଯାଞ୍ଚ କରି ଚୋରକୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି । ପୁରୀ ସହରରେ ଏବେ ଏହି ନୁଆ ପ୍ରକାର ଚୋରି ପାଣି ଉପଭୋକ୍ତା ମାନଙ୍କୁ ସଙ୍କଟରେ ପକାଇଛି । ସକାଳୁ ଉଠିଲେ ମୁହଁ ଧୋଇବା ପାଇଁ ପାଣି ମିଳୁନି । ଏଭିଳି ଘଟଣା ବୁଧବାର କୁମ୍ଭାରପଡା ଥାନା ଅଞ୍ଚଳ ତଳନୂଆ ସାହି ସମେତ ଆଖପାଖ ସାହିରେ ପାଣି ପାଇଁ ହଇରାଣ ହରକତ ହୋଇଛନ୍ତି ଉପଭୋକ୍ତା ମାନେ। ୱାଟକୋ ବିଭାଗ ତୁରନ୍ତ ଏହାର ସମାଧାନ ସୁତ୍ର ବାହାର କରି ପାଣି ଯୋଗାଇବାକୁ ସାଧାରଣରେ ଦାବି ହେଉଛି ।
