ଛତ୍ରପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ପି. ନୂଆଗାଁ ଗ୍ରାମର ମହେନ୍ଦ୍ର ଦାସ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଫେରିନଥିବାରୁ ତାଙ୍କୁ ଖୋଜି ବାହାର କରିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସ୍ତ୍ରୀ ରେଣୁ ଦାସ ।ଗତ ୧୪ ମାସ ତଳେ ମହେନ୍ଦ୍ର ଙ୍କୁ ସେହି ଗ୍ରାମର ସୁର ଦାସ ନାମକ ଜଣେ ଠିକାଦାର କାମ କରାଇବାକୁ ଗୁଜୁରାଟ ରାଜ୍ୟ କୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ମାରପିଟ କରାଯାଉଥିବା ସେତେବେଳେ ମହେନ୍ଦ୍ର ନିଜ ସ୍ତ୍ରୀ ଙ୍କୁ କହିଥିଲେ ।ଆଜକୁ ୧୪ ମାସ ହେଲା ରେଣୁ ତାଙ୍କ ସ୍ୱାମୀ ମହେନ୍ଦ୍ର ଙ୍କ ସହ ଯୋଗାଯୋଗ କରିନଥିବା ବେଳେ ତାଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି। ଏନେଇ ପୂର୍ବରୁ ବେଗୁନିଆପଡା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ରେଣୁ ଦାସ ଅଭିଯୋଗ କରିଛନ୍ତି। ରେଣୁ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ୩ ଝିଅ ଓ ଗୋଟାଏ ପୁଅ କୁ ଧରି କଷ୍ଟ ରେ ଚଳୁଥିବା ବେଳେ ତାଙ୍କ ସ୍ୱାମୀଙ୍କୁ ଖୋଜି ବାହାର କରିବା ଓ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ଆଜି ରେଣୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଛତ୍ରପୁର ଶ୍ରମ ଅଧିକାରିଣୀ ବର୍ଷା ରାଣୀ ଜେନା ଙ୍କୁ ଭେଟି ଗୁହାରି କରିଛନ୍ତି ।
