ବାଲୁଗାଁ: ସୋମବାର ସକାଳେ ବାଲୁଗାଁ ଥାନା ଅନ୍ତର୍ଗତ ଛେଡାପଦର ଗ୍ରାମ ନିକଟସ୍ଥ ଜିଞ୍ଜିର ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ ଯାତ୍ରୀବାହୀ ଅଟୋ ଶଙ୍ଖ ପାର୍ଶ୍ୱ ୱାଲ୍?ରେ ପିଟି ହୋଇଯିବାରୁ ଚାଳକ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ଅଟୋଟି ଖାରିବନ୍ଧ ଠାରୁ ବାଲୁଗାଁ ଅଭିମୁଖେ ଯାଉଥିବା ବେଳେ ଜିଞ୍ଜିର ଶଙ୍ଖ ନିକଟରେ ହଠାତ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇ ଶଙ୍ଖ ପଥର ୱାଲ୍?ରେ ପିଟି ହୋଇଯାଇଥିଲା।ଦୁର୍ଘଟଣା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।ଆହତମାନଙ୍କ ମଧ୍ୟରେ ଅଟୋ ଚାଳକଙ୍କ ସମେତ ତିନି ଜଣ ମହିଳା ରହିଥିବା ଜଣାପଡିଛି।
