ବାସୁଦେବପୁର: ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପୌର ପାଳିକା ବାସୁଦେବପୁର ପକ୍ଷ ରୁ ଚାଲିଥିବା ଅଭିଯାନ ରେ ଆଜି ମଙ୍ଗଳବାର ରେ ଆଠ ନମ୍ୱର ୱାର୍ଡ ରେ ଥିବା ଶନି ଦେବ ଙ୍କ ମନ୍ଦିର ପରିସର, ୱାର୍ଡ ନଂ ନଅ, ୱାର୍ଡ ନମ୍ବର ବାର ରେ ୍ୱୃକ୍ଷ ରୋପଣ କଲେ ପୌର ଅଧ୍ୟକ୍ଷା ନିବେଦିତା ବେହେରା। ଉପସ୍ଥିତ ଥିଲେ କାଉନସିଲର ଆରତୀ ବିଶ୍ୱାଳ, ଉତ୍ତମ ବାରିକ୍, ଜୟନ୍ତୀ ସାହୁ ଓ ପୌର ପାଳିକାର କର୍ମଚାରୀ ଓ ଅନେକ ଗ୍ରାମ ବାସୀ ମାନେ। ଏହି ଅବସର ରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା ସମସ୍ତ ଙ୍କୁ ବୃକ୍ଷ ରୋପଣ କରିବାକୁ ଆହ୍ୱାନ କହିଛନ୍ତି। ଏହି କାର୍ଯ୍ୟ କ୍ରମ ଆଗାମୀ ବାର ତାରିଖ ଯାଏଁ ପୌର ପାଳିକା ରେ ଚାଲିବ ବୋଲି ସୂଚନା ଦେଇଛନ୍ତି ପୌର ଅଧ୍ୟକ୍ଷା ନିବେଦିତା ବେହେରା।
