ପୁରୀ: ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ପାଇଁ ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପୁରୀ ନିର୍ବାଚନ ମଣ୍ଡଳୀଙ୍କ ଅଧ୍ଯକ୍ଷତାରେ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ନିର୍ବାଚନ ମଣ୍ଡଳୀର ଯେଉଁସବୁ ବିକାଶମୂଳକ କାର୍ଯ୍ୟ ବିଭିନ୍ନ ଯୋଜନା ମାଧ୍ୟମରେ ସମ୍ପାଦିତ ହୋଇଅଛି , ତାହା ଉପରେ ପୂଙ୍ଖାନୁପୂଙ୍ଖ ଆଲୋଚନା ହୋଇଥିଲା ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧବ ଭୋଇ ସ୍ୱାଗତ ଭାଷଣ ଦେଇଥିଲେ ।ଏଥିରେ ଯୁଗ୍ମ କମିସନର , ପୁରୀ ମହାନଗର ନିଗମ , ମଣ୍ଡଳ ଉନ୍ନୟନ ଅଧିକାରୀ , ପୁରୀ ଓ ଗୋପ ମୁଖ୍ୟ ଯନ୍ତ୍ରୀ , ଜଳସମ୍ପଦ ବିଭାଗ , ପରିମଳ ବିଭାଗ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିଜ ନିଜ ବିଭାଗର ବିଭନ୍ନ ଯୋଜନା ଓ ତାହାର ଅଗ୍ରଗତି ବାବଦରେ ବିଶଦ ବିବରଣୀ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପନିର୍ଦେଶକ , ଜିଲ୍ଲା ଯୋଜନା ଓ ପର୍ଜ୍ୟବେକ୍ଷଣ କାର୍ଯ୍ୟାଳୟ ବୈଠକର ସୁପରିଚାଳନା କରିଥିଲେ ।ପ୍ରାରମ୍ଭରେ ମାନ୍ୟବର ବିଧାୟକ ତଥା ଅଧ୍ୟକ୍ଷ , ପୁରୀ ନିର୍ବାଚନ ମଣ୍ଡଳୀ ଶ୍ରୀଯୁକ୍ତ ମହାନ୍ତି ତୃଣମୂଳ ସ୍ତରରୁ ରାଜ୍ୟସରକାରଙ୍କ ବିଭନ୍ନ ଜନକଲ୍ୟାଣକାରୀ ଯୋଜନା ( ଯଥା- ପାନୀୟ ଜଳ , ସଡକ ନିର୍ମାଣ, ୫ଗ୍ଧଷ ଝୠଉ , ୧୫ଗ୍ଧଷ ଏସଏଫସି ଅନ୍ତର୍ଭୁକ୍ତ ସମସ୍ତ ଅନୁଦାନର ସୁବିନିଯୋଗ , ରାସ୍ତା ଓ ବର୍ଜ୍ୟବସ୍ତୁ ନିସ୍କାସନର ସୁବନ୍ଦବସ୍ତ କିପରି ହୋଇପାରିବ ତାହାର ବିସ୍ତୁତ ସମୀକ୍ଷ୍। କରିଥିଲେ ।ଆଗାମୀ ଦିନରେ ନିର୍ବାଚନ ମଣ୍ଡଳୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂତନ ବିକାଶ ମୂଳକ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁଦାନ କିପରି ସଠିକ ଭାବରେ ଖର୍ଚ୍ଚ ହୋଇପାରିବ , ସେଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ତଦାରଖ କରିବାପାଇଁ ନିର୍ଦ୍ଧେଶ ଦେଇଥିଲେ ।
